ଯେଉଁଠି ସଂକ୍ରମଣ ଭୟ ବେଶୀ ସେଠି ଢିଲା

ଭଦ୍ରକ (YSN)୨୩/୯: କରେନା ଭୟଭୟତା ନେଇଁ ପୋଲିସ ବାବୁ ମାନେ ଛୋଟ ଛୋଟ ଦୋକାନ ଉପରେ ଚଢ଼ାଉ କରୁଛନ୍ତିି। ସେମାନଙ୍କୁ ଫାଇନ କରୁଛି। ଆଉ ଏଠି। ଖାଲି ଦୋକାନ ଓ ବଜାର ଭିତରେ କୋଭିଡ ଗାଇଡଲାଇନ୍ ନେଇଁ କଡ଼ା ଯାଞ୍ଚ କରୁଥିବା ପୋଲିସ ଓ ପ୍ରଶାସନ ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ପ୍ରତି ଏତେ ଅବେହେଳା କାହିଁକି?? ପ୍ରବଳ ଭିଡ଼ ପରିଲକ୍ଷିତ ହେଉଥିବା ଏ ହେଉଛି ଭଦ୍ରକ ସହରର କାଳୀମନ୍ଦିର ପାଖ କୋଭିଡ଼ ପରୀକ୍ଷା କେନ୍ଦ୍ର। ଟିକେ ଭଲ କରି ଦେଖନ୍ତୁ ଏ ଚିତ୍ରକୁ। ଟେଷ୍ଟ ପାଇଁ ଆସିଥିବା ଲୋକମାନେ କେମିତି ସାମାଜିକ ଦୂରତା ନିୟମକୁ ଭୁଲି ଯାଇଛନ୍ତି। ପାଖକୁ ପାଖକୁ ଲାଗି ଛିଡ଼ା ହୋଇଛନ୍ତି। ପରୀକ୍ଷା ପୂର୍ବରୁ କିଏ ଜାଣିଛି କାହା ଦେହରେ କରୋନା ଭୂତାଣୁ ଅଛି କି ନାହିଁ? ତେବେ ଏଭଳି ସ୍ଥିତିରେ ଭଲ ଲୋକଟିଏ କରୋନା ସଂକ୍ରମିତ ହେବନାହିଁ ବୋଲି କ’ଣ ଗ୍ୟାରେଣ୍ଟି ଅଛି।

ରିପୋର୍ଟ: ପୁନିଲ କୁମାର ସାମନ୍ତ, ଭଦ୍ରକ

Leave a Reply

Your email address will not be published. Required fields are marked *

%d bloggers like this: