ଛଅ ଦିନ ପାଇଁ କଟକରୁ ଭୁବନେଶ୍ବରକୁ ସଂଯୋଗ କରୁଥିବା ପୋଲ ରାସ୍ତା ବନ୍ଦ କଲା କମିଶନରେଟ୍ ପୋଲିସ

କଟକ (YSN) ୨୩/୦୯: କଟକ ଭୁବନେଶ୍ୱରକୁ ସଂଯୋଗ କରୁଥିବା କାଠଯୋଡ଼ି ପୋଲକୁ ବନ୍ଦ କରିଦେଇଛନ୍ତି କମିଶନରେଟ୍ ପୋଲିସ। ପୋଲର ସ୍ଥାୟୀତ୍ବ ଓ ସୁବିଧା ଅସୁବିଧା ବିଷୟରେ ତଦାରଖ କରିବାପାଇଁ ମଙ୍ଗଳବାରଠାରୁ ରବିବାର ପର୍ଯ୍ୟନ୍ତ ଗମନାଗମନକୁ ବନ୍ଦ ରଖିଛନ୍ତି ପୋଲିସ। ଏହି ବିଷୟରେ ପୋଲିସ କମିଶନର ଡ. ସୁଧାଂଶୁ ଷଡଙ୍ଗୀ କହିଛନ୍ତି କି ନ୍ୟାସନାଲ ହାଇଓ୍ବେ ଅଥରିଟି ଅଫ୍ ଇଣ୍ଡିଆ କଟକ ଭୁବନେଶ୍ୱରକୁ ସଂଯୋଗ କରୁଥିବା ରାଜପଥ ୧୬ର ସମସ୍ତ ଯଥା କୁଆଖାଇ, କାଠଯୋଡ଼ି ଓ ବିରୁପା ନଦୀ ଉପରେ ଥିବା ବାମ ପଟ ଅର୍ଥାତ୍ କଟକରୁ ଭୁବନେଶ୍ବରକୁ ଯିବା ପାଇଁ ରାସ୍ତାକୁ ନୀରିକ୍ଷଣ କରିବେ। ସହଜ ତଥା ବିନା କୌଣସି ବାଧାବିଘ୍ନରେ ଏ ତଦାରଖ ସୁରୁଖୁରୁରେ ହେଉ ସେଥିପାଇଁ ୨୨ ସେପ୍ଟେମ୍ବରରୁ ୨୭ ସେପ୍ଟେମ୍ବର ସକାଳ ୧୧ ଟାରୁ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ପୋଲ ସଂଲଗ୍ନ ରାସ୍ତାକୁ ବନ୍ଦ ରଖିଛି। ଏହା ସହିତ ରାସ୍ତାରେ କିପରି ସୁବିଧାରେ ଯାଇ ହେବ ତାହାର ବ୍ୟବସ୍ଥା ମଧ୍ୟ କମିଶନରେଟ୍ ପୋଲିସ କରିଛି ବୋଲି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି।

 

 

ରିପୋର୍ଟ: ଭାରତ ଭୂଷଣ, କଟକ ସିଟି

Leave a Reply

Your email address will not be published. Required fields are marked *

%d bloggers like this: