ତିହିଡ଼ିରୁ ୪୫ଲିଟର ଚୋରା ଆସ୍କା-୪୦ ମଦ ଜବତ

ଭଦ୍ରକ(YSN) ୨୩/୦୯: ତିହିଡି ଥାନା ଅନ୍ତର୍ଗତ କମାରିଆ ପେଟ୍ରୋଲ ପମ୍ପ ନିକଟରୁ ବୁଧବାର ଭୋର ସମୟରେ ୪୫ଲିଟର ଚୋରା ମଦ କମାରିଆ, ପିରାହାଟ ଆଦି ଅଞ୍ଚଳର ଛୋଟ ଛୋଟ ଦୋକାନ ଆଦିରେ ଦେବା ପାଇଁ ଏକ ବାଇକରେ ନିଆଯାଉଥିବା ସମୟରେ ସ୍ଥାନୀୟ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତାମାନେ ଜବତ କରିଥିଲେ। ମଦ ନେଇ ଯାଉଥିବା ଲୋକକୁ ପାଦରେ ଚାଲାଇ ଚଲାଇ ଥାନା ପର୍ଯ୍ୟନ୍ତ ଆଣି ତିହିଡି ଥାନା ନିକଟରେ ମଦ ବିରୋଧୀ ସ୍ଲୋଗାନ ଦେବା ସହ ଉକ୍ତ ମଦକୁ ରାସ୍ତାରେ ଢାଳି ବିରୋଧ ପ୍ରଦର୍ଶନ କରି ତିହିଡି ପୋଲିସକୁ ଜିମା ଦେଇଥିଲେ।

 

ପ୍ରକାଶ ଥାଉ କି ତିହିଡି ଅଞ୍ଚଳରେ ପ୍ରତି ଗାଁକୁ ରାତିରେ ଚୋରା ମଦ ସପ୍ଲାଇ କରାଯାଇ ଛୋଟ ଛୋଟ ଦୋକାନରେ ଦିଆଯାଉଛି। ନିଶା ସେବନ ବୃଦ୍ଧି ପାଇବା ଯୋଗୁଁ ତିହିଡି ଅଞ୍ଚଳରେ ଚୋରି ଓ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧିପାଉଛି। ନିଶା ବେପାରୀ ମାନେ ଅବାଧରେ ସେମାନଙ୍କର ବେପାର ଚଳାଉ ଥିବା ବେଳେ ପୋଲିସ ହାତ ଉପରେ ହାତ ରଖି ବସିରହିଛି। ସାଧାରଣ ଲୋକ ମଦ ବେପାରୀଙ୍କୁ ଧରିବାରେ ସଫଳ ହେଉଥିବା ବେଳେ ପୋଲିସ କେମିତି ଜାଣିପାରୁନି ସେ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

 

ରିପୋର୍ଟ: ନିରଞ୍ଜନ ବାରିକ, ତିହିଡି ବ୍ଲକ, ଭଦ୍ରକ

Leave a Reply

Your email address will not be published. Required fields are marked *

%d bloggers like this: