ଆଇପିଏଲ୍-୨୦୨୦ ଉଦ୍‌ଘାଟନୀ ମ୍ୟାଚ୍ ଦେଖିଲେ ୨୦କୋଟିରୁ ଉର୍ଦ୍ଧ୍ଵ ଦର୍ଶକ

ବ୍ୟୁରୋ (YSN) ୨୩/୦୯: ଚଳିତ ବର୍ଷ ଯାହା ଆଶା କରାଯାଉଥିଲା ତାହା ହୋଇଛି। ୟୁଏଇରେ ଇଣ୍ଡିଆନ୍‍ ପ୍ରିମିୟର ଲିଗର ୧୩ତମ ସଂସ୍କରଣ ଲୋକପ୍ରିୟତାର ସମସ୍ତ ରେକର୍ଡ ଭାଙ୍ଗିଛି। ସୂଚନା ଅନୁସାରେ, ସେପ୍ଟେମ୍ବର ୧୯ରେ ମୁମ୍ବଇ ଓ ଚେନ୍ନଇ ମଧ୍ୟରେ ଖେଳାଯାଇଥିବା ଉଦ୍‌ଘାଟନୀ ମ୍ୟାଚ୍ ପୂର୍ବର ସମସ୍ତ ରେକର୍ଡକୁ ଭାଙ୍ଗି ଦେଇଛି। ଏହି ଦିନ ୨୦କୋଟିରୁ ଉର୍ଦ୍ଧ୍ଵ ଲୋକ ମ୍ୟାଚ୍ ଦେଖିଥିବା ଜଣାପଡିଛି। ବିସିସିଆଇ ସଚିବ ଜୟ ଶାହା ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। BARC India (Broadcast Audience Research Council, India) ର ମୂଲ୍ୟାୟନକୁ ଶାହା ଉଲ୍ଲେଖ କରିଛନ୍ତି।

ବିସିସିଆଇ ସଚିବ ଜୟ ଶାହା ମଙ୍ଗଳବାର ଟ୍ୱିଟ୍ କରି ଲେଖିଛନ୍ତି, “ଡ୍ରିମ୍ ୧୧ ଆଇପିଏଲ୍‌ର ଉଦଘାଟନୀ ମ୍ୟାଚ୍ ଏକ ନୂଆ ରେକର୍ଡ ସୃଷ୍ଟି କରିଛି। BARCର ସୂଚନା ଅନୁଯାୟୀ, ୨୦ କୋଟିରୁ ଅଧିକ ଦର୍ଶକ ମ୍ୟାଚ୍ ଦେଖିଛନ୍ତି। ଏପର୍ଯ୍ୟନ୍ତ ହୋଇଥିବା କ୍ରୀଡ଼ା ଲିଗର ଉଦଘାଟନୀ ମ୍ୟାଚର ଏହା ହେଉଛି ସବୁଠାରୁ ବଡ ପରିସଂଖ୍ୟାନ। ତେବେ କରୋନା ମହାମାରୀ ପାଇଁ ଦର୍ଶକ ଷ୍ଟାଡିୟମ ଯାଇପାରିନଥିବାରୁ ଅନ୍‌ଲାଇନ୍ ମାଧ୍ୟମରେ ଦେଖିଥିଲେ। ଏବଂ ଏହି ରେକର୍ଡ ସେଇଥିପାଇଁ ହୋଇଛି। ଦର୍ଶକ ହଟ୍‌ଷ୍ଟାର ଓ ବିଭିନ୍ନ ଲିଙ୍କ ମାଧ୍ୟମରେ ଆଇପିଏଲ୍‌ର ଭରପୁର ମଜା ନେଇଛନ୍ତି।

 

 

ରିପୋର୍ଟ: ଭାରତ ଭୂଷଣ

Leave a Reply

Your email address will not be published. Required fields are marked *

%d bloggers like this: