ବିଶାଳକାୟ ଅଜଗର ଉଦ୍ଧାର

ମୟୁରଭଞ୍ଜ (YSN) ୨୩/୦୯: ମୟୁରଭଞ୍ଜ ଜିଲ୍ଲା ଅନ୍ତର୍ଗତ ରାଇରଙ୍ଗପୁର ବନଖଣ୍ଡ ଅଧୀନସ୍ଥ ଅଁଳାଯୋଡି ପଞ୍ଚାୟତ ତିଖିଆ ଗ୍ରାମର ଏକ ପୋଖରୀରୁ ୧୨ ଫୁଟ ଲମ୍ବର ବିଶାଳକାୟ ଅଜଗର ଉଦ୍ଧାର ହୋଇଛି। ସୂଚନା ଯୋଗ୍ୟ ଗ୍ରାମବାସୀ ଗାଧେଇବା ସମୟରେ ଅଜଗରକୁ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ବନବିଭାଗ ସଠିକ୍ ସମୟରେ ପହଁଞ୍ଚି ଅଜଗରଟିକୁ ଉଦ୍ଧାର କରି ନିକଟସ୍ଥ ବାମନ ପାହାଡ ସଂରକ୍ଷିତ ଜଙ୍ଗଲରେ ଛାଡି ଦେଇଥିଲେ।

 

 

ରିପୋର୍ଟ: ଦୀପକ କୁମାର ନାୟକ, ରାଇରଙ୍ଗପୁର

Leave a Reply

Your email address will not be published. Required fields are marked *

%d bloggers like this: