ବ୍ରାହ୍ମଣୀ ନଦୀ ବ୍ରିଜ୍ ଉପରେ ଜଳିଗଲା ପିକଅପ ଭ୍ଯାନ୍

ସୁନ୍ଦରଗଡ (YSN) ୨୩/୦୯: ରାଉରକେଲା ପାନପୋଷ ବ୍ରାହ୍ମଣୀ ନଦୀ ପୋଲ ଉପରେ ଏକ ପିକଅପ ଭ୍ଯାନ୍ (ଓଡି ୧୪ଏ ୫୩୦୧) ଗୋରୁ ବୋଝେଇ ଗାଡି ଗାଈ ମାନଙ୍କୁ ନିର୍ଦ୍ଧିଷ୍ଟ ସ୍ଥାନରେ ଓହ୍ଲାଇ ଫେରୁଥିବାବେଳେ ପାନପୋଷ ସ୍ଥିତ ବ୍ରାହ୍ମଣୀ ନଦୀ ବ୍ରିଜ୍ ଉପରେ ହଠାତ ଜଳିବାକୁ ଲାଗିଥିଲା। ଭାଗ୍ଯବସତଃ ଉକ୍ତ ଭ୍ଯାନ୍‌ଟି ଗାଈମାନଙ୍କୁ ଖାଲିକରି ଫେରୁଥିବା ସମୟରେ ଏହି ଘଟଣା ଘଟିଥିଲା। ଗାଡିଟି ସଟ୍ ସର୍କିଟ୍ ଯୋଗୁଁ ଜଳି ଯାଇଥିବା ଅନୁମାନ କରାଯାଉଛି। ଗାଡିର ଡ୍ରାଇଭର ଅଳ୍ପକେ ବର୍ତ୍ତିଯାଇଥିବା ସୂଚନା ମିଳିଛି। ଖବର ପାଇ ରଘୁନାଥପଲ୍ଲୀ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡିଟିକୁ ଜବତ କରିବା ସହିତ ତଦନ୍ତ ଚଳାଇଛନ୍ତି।

 

 

ରିପୋର୍ଟ: ଚିନ୍ତାମଣୀ ବେହେରା, ରାଉରକେଲା ସିଟି

Leave a Reply

Your email address will not be published. Required fields are marked *

%d bloggers like this: