ଆଠମଲ୍ଲିକ ପ୍ରଶାସନର ଅଜବ ନୀତି!! ୭୫ ବର୍ଷିୟା ବୃଦ୍ଧା ଅଧିକାରରୁ ବଞ୍ଚିତ

ଅନଗୁଳ (YSN) ୨୩/୦୯: ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର ଆଠମଲ୍ଲିକ ବ୍ଲକରେ ଶାସକ ଓ ପ୍ରଶାସନିକ ମଧ୍ୟରେ ମଧୁଚନ୍ଦ୍ରିକା ସମ୍ପର୍କ ଉତ୍ତମ ଭାବ ରହିଥିବାରୁ ଯେତେଗୁଡ଼ିଏ ସରକାରଙ୍କ ଯୋଜନା ଅଛି ପାଇବା ଯୋଗ୍ୟ ହିତାଧିକାରୀ ମାନଙ୍କୁ ମିଳୁନାହିଁ। ଏଠାକାର ପ୍ରସାଶନିକ ଦୟାରେ ଅଯୋଗ୍ୟ ହିତାଧିକାରୀ ଯୋଗ୍ୟ ହୁଅନ୍ତି ଓ ଯୋଗ୍ୟ ହିତାଧିକାରୀ ମାନେ ଅଯୋଗ୍ୟ ବିବେଚିତ ହୁଅନ୍ତି। ସୂଚନାମୁତାବକ ଆଠମଲ୍ଲିକ ନିକଟସ୍ଥ ନଅଙ୍ଗା ପଞ୍ଚାୟତର ୭ନମ୍ବର ଓଡା ଲିପିଲୋଇ ଗ୍ରାମର ସରୋଜିନୀ ନାଏକଙ୍କ ୭୫ବର୍ଷ ସ୍ୱାମୀ ଦଣ୍ଡୁଆ ନାଏକ ଦୀର୍ଘ ୫ବର୍ଷ ହେଲାଣି ମୁର୍ମୁଷ ଅବସ୍ଥାରେ ପଡ଼ିରହିଛନ୍ତି। ସରୋଜିନୀ ନାଏକ ବାରମ୍ବାର ସ୍ଥାନୀୟ ସରପଞ୍ଚ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଭତ୍ତା ପାଇବା ପାଇଁ ଆବେଦନ ପତ୍ର ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଭତ୍ତା ନମିଳିବା ନିହାତି ଦୁର୍ଭାଗ୍ୟଜନକ। ବୟସାଧିକ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଇନ୍ଦିରାବାସ କିମ୍ବା ଭତ୍ତା ମିଳିପାରୁନି। କିନ୍ତୁ ଏଠାରେ ନପାଇବା ଲୋକ ପାଉଛନ୍ତି ପାଇବା ଲୋକ ଦେଖୁଛନ୍ତି। ପଞ୍ଚାୟତ ଅଫିସ ସାମ୍ନାରେ ସରୋଜିନୀ ନାଏକଙ୍କ ଘର। ଦୈନଦିନ ଉକ୍ତ ପଞ୍ଚାୟତକୁ ସରପଞ୍ଚ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆସୁଥିଲେ ହେଁ, ଏସବୁ ଦୃଷ୍ଟିରେ ପଡୁନାହିଁ। ଦେଖାଯାଉ ସରୋଜିନୀଙ୍କୁ ଇନ୍ଦିରାବାସ ଓ ଭତ୍ତା ମିଳୁଛି କେବେ?

 

 

ରିପୋର୍ଟ: କରୁଣାକର ନାୟକ, ଆଠମଲ୍ଲିକ

Leave a Reply

Your email address will not be published. Required fields are marked *

%d bloggers like this: