ଆଜିଠାରୁ ସମଗ୍ର ଭଦ୍ରକ ଜିଲ୍ଲାକୁ ୪୮ ଘଣ୍ଟିଆ ସଟଡାଉନ

ଭଦ୍ରକ (YSN) ୦୧/୦୮ : ଆଜିଠାରୁ ସମଗ୍ର ଭଦ୍ରକ ଜିଲ୍ଲାକୁ ୪୮ ଘଣ୍ଟା ପାଇଁ ସଟଡାଉନ ଘୋଷଣା କରିଛନ୍ତି ଜିଲ୍ଲା ପ୍ରଶାସନ |ଏହା ୩ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ଲାଘୁରହିବ |ଆଜି ଭଦ୍ରକରୁ ୨୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଥିରୁ ସ୍ଥାନୀୟ ୧୨ ଜଣ ଓ କ୍ଵାରେଣ୍ଟାଇନ ସେଣ୍ଟରରୁ ୮ ଜଣ ଅଛନ୍ତି |ସ୍ଥାନୀୟ ସଂକ୍ରମଣ ଭଦ୍ରକ ଜିଲ୍ଲାରେ ଏମିତି ବ୍ୟାପିବାରେ ଲାଗିଛି ଯେ ଏଥିରୁ ଭଦ୍ରକ ଟାଉନଥାନା ବି ବାଦପଡ଼ିନାହିଁ |ଗତକାଲି ଥାନାରୁ ୩ଜଣ ଚିହ୍ନଟ ହେବାପରେ ଥାନାକୁ ସମ୍ପୂର୍ଣ ସିଲ କରାଯାଇଅଛି |ସ୍ଥାନୀୟ ସଂକ୍ରମଣର ବୃଦ୍ଧି ପ୍ରଶାସନର ମୁଣ୍ଡବ୍ୟଥାର କାରଣ ପାଲିଟିଛି |ଏମିତିକି ବିଶ୍ୱସ୍ତସୂତ୍ର ରୁ ପ୍ରକାଶ ଯେ ରେଳ କର୍ମଚାରୀମାନେ ବି ସଂକ୍ରମଣରୁ ବାଦ ପଡିନାହାନ୍ତି |ସ୍ଥାନୀୟ ସଂକ୍ରମଣ ବୃଦ୍ଧିକୁ ଲକ୍ଷ୍ୟରେ ରଖି ଜିଲ୍ଲା ପ୍ରଶାସନ ଏଭଳି ପଦକ୍ଷେପ ନେଇଛନ୍ତି |ଆଜି ପବିତ୍ର ପର୍ବ ଇଦ-ଉଲ-ଜୁହା ରେ ପ୍ରଶାସନ ତରଫରୁ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯିବା ସହ କୋଭିଡ-୧୯ ନିୟମର ଅନୁପାଳନ କରିବାକୁ ସମସ୍ତଙ୍କର ସହଯୋଗ କାମନା କରାଯାଇଅଛି |

ରିପୋର୍ଟ : ଅରୁଣ କୁମାର ମହାନ୍ତିଙ୍କ ସହ ଶଙ୍କର୍ଷଣ ପଣ୍ଡା ,ଭଦ୍ରକ

Leave a Reply

Your email address will not be published. Required fields are marked *

%d bloggers like this: