ପ୍ରଶାସନିକ ଢିଲାପଣ ଯୋଗୁଁ ନିଷିଦ୍ଧାଞ୍ଚଳରେ ବଳବତ୍ତର ହେଉନି କଟକଣା

ଭଦ୍ରକ(YSN) ୦୧/୦୮: ତିହିଡ଼ି ବ୍ଲକ ସିନ୍ଦୋଳ ପଞ୍ଚାୟତରେ ଜଣେ ବ୍ୟକ୍ତି ଜଣେ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ତରଫରୁ ଆରୁହା ଗ୍ରାମର ୧୫ ଓ ୧୬ ନମ୍ବର ୱାର୍ଡକୁ ନିଷିଦ୍ଧାଞ୍ଚଳ ଭାବେ ଘୋଷିତ କରାଯାଇଥିଲା। କିନ୍ତୁ ଏହି ଜୋନରେ ଥିବା ଲୋକେ କଟକଣାକୁ ଖାତିର କରୁନଥିବା ଜଣାପଡିଛି। ବାଡ଼ ଉପାଡି ଲୋକମାନେ ବାହାରେ ଖୁଲମ ଖୋଲା ବୁଲୁଥିବାର ଦେଖିବାକୁ ମିଳୁଛି।

ଏମିତି କି ଏହି କଣ୍ଟେନମେଣ୍ଟ ଜୋନର ଲୋକେ ସ୍ଥାନୀୟ ବଜାରରେ ନିଜ ଦୋକାନ ଖୋଲି ବେପାର କରୁଥିବା ନଜରକୁ ଆସୁଛି। ଅପରପକ୍ଷରେ ଗ୍ରାମବାସୀ ମାନଙ୍କ କହିବା ଅନୁଯାୟୀ ପ୍ରଶାସନ ତରଫରୁ ଉପଯୁକ୍ତ ସୁବିଧା ସୁଯୋଗ ମିଳୁନାହିଁ ତେଣୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଇଁ ବାହାରକୁ ବାହାରିବାକୁ ବାଧ୍ୟ ହେଉଛନ୍ତି। ପ୍ରଶାସନ ତରଫରୁ ଜଣେ କନିଷ୍ଠ ଯନ୍ତ୍ରୀ ଓ ଜଣେ ଯୋଗାଣ ନିରୀକ୍ଷକଙ୍କୁ ନିଯୁକ୍ତି ଦିଆଯାଇଥିଲେ ମଧ୍ୟ ସେମାନଙ୍କ ଦର୍ଶନ ମିଳୁନଥିବା କୁହାଯାଉଛି। କେବଳ ଦୁଇଜଣ ପୋଲିସ କର୍ମୀ ଡ୍ୟୁଟି କରୁଥିବା ଜଣାପଡିଛି। ଏ ପରିପ୍ରେକ୍ଷୀରେ ତିହିଡ଼ି ବିଡ଼ିଓ ଘଟଣାର ତଦନ୍ତ ହେବ ବୋଲି ଦର୍ଶାଇଛନ୍ତି। ଯଦି କଣ୍ଟେନମେଣ୍ଟ ଜୋନ ର ଅବସ୍ଥା ଏମିତି ରହେ ତେବେ ସମଗ୍ର ତିହିଡ଼ି ବ୍ଲକରେ କରୋନା ମହାମାରୀ ଉଗ୍ର ରୂପ ଧାରଣ କରିପାରେ ବୋଲି ସାଧାରଣରେ ଚିନ୍ତାର କାରଣ ସାଜିଛି।

ରିପୋର୍ଟ : ନିରଞ୍ଜନ ବାରିକ ,ତିହିଡି ବ୍ଲକ ,ଭଦ୍ରକ

Leave a Reply

Your email address will not be published. Required fields are marked *

%d bloggers like this: