ନିରାଡ଼ମ୍ବର ଭାବେ ତିହିଡ଼ିରେ ପାଳିତ ହେଲା ଇଦ-ଉଲ-ଜୁହା

ଭଦ୍ରକ(YSN) ୦୧/୦୭: ମହାମାରୀ କରୋନା କଟକଣା ଓ ଭଦ୍ରକ ଜିଲ୍ଲାରେ ସଟଡାଉନ ଯୋଗୁଁ ନିରାଡ଼ାମ୍ବର ଭାବେ ତିହିଡ଼ିରେ ପାଳିତ ହୋଇଛି ଇଦ-ଉଲ-ଜୁହା ପର୍ବ। ସାମାଜିକ ଦୂରତା ରକ୍ଷାକରି ମୁସଲମାନ ଭାଇମାନେ କୋଭିଡ-୧୯ ନିୟମକୁ ସମ୍ପୂର୍ଣ୍ଣ ରୂପେ ପାଳନ କରି ମସଜିଦରେ ନମାଜ ପାଠ କରିବା ସହ ପରସ୍ପରକୁ ଅଭିନନ୍ଦନ ଜଣାଇଥିଲେ। ତିହିଡ଼ି ପୋଲିସ ପ୍ରଶାସନ ତରଫରୁ ଶାନ୍ତି ଶୃଙ୍ଖଳା ରକ୍ଷାକରିବା ପାଇଁ ପୋଲିସ କର୍ମୀଙ୍କୁ ନିଯୁକ୍ତି କରାଯାଇଥିଲା। ଗାଁ ସର୍ଦାର ମୁସ୍ତଫା, ସାଦିକ ଖାନ, ସୟଦ ସାକିରଉଦ୍ଦିନ ଖାନ, ସେକ ଲିୟାକତ, ମନସୁର ଅଲି, ସୟଦ ସଦା, ସୟଦ ଅରଫାନ ପ୍ରମୁଖ ଉପସ୍ଥିତ ରହି ନମାଜ କାର୍ଯ୍ୟକୁ ଶାନ୍ତି ଶୃଙ୍ଖଳା ସହ ସମ୍ପାଦନ କରିଥିଲେ।

 

ରିପୋର୍ଟ: ନିରଞ୍ଜନ ବାରିକ, ତିହିଡ଼ି ବ୍ଲକ, ଭଦ୍ରକ

Leave a Reply

Your email address will not be published. Required fields are marked *

%d bloggers like this: