ସ୍ପର୍ଶ ବିନା ବାଜିବ ଘଣ୍ଟି

ବ୍ୟୁରୋ (YSN) ୦୧/୦୮: ସ୍ପର୍ଶ ନକରି ବଜେଇ ହବ ମନ୍ଦିରର ଘଣ୍ଟି। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟି ସତ। ମହାମାରୀ ଭୂତାଣୁ ସଂକ୍ରମଣକୁ ନେଇ ଲାଗୁ କରାଯାଇଥିବା ଲକଡାଉନ ହଟିବା ପରେ ଏବେ ଧାର୍ମିକ ସ୍ଥଳ ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଛି। ହେଲେ ସେଠାରେ ସାମାଜିକ ଦୂରତା ବାଧ୍ୟତାମୂଳକ କରାଯାଇଥିବା ବେଳେ ଆଉ କିଛି କଟକଣା ମଧ୍ୟ କରାଯାଇଛି। ଯେମିତି ମନ୍ଦିର ପରିସରରେ ପ୍ରବେଶ ପୂର୍ବରୁ ସାନିଟାଇଜର ବ୍ୟବହାର କରିବା, ଥର୍ମାଲ ସ୍କ୍ରିନିଂ କରେଇବା। ମନ୍ଦିରରେ ଘଣ୍ଟି ନବଜାଇବା ଇତ୍ୟାଦି। ଏମିତି ସମୟରେ ମଧ୍ୟପ୍ରଦେଶର ମନ୍ଦସୌରରେ ଥିବା ପଶୁପତି ନାଥ ମନ୍ଦିରରେ ଏମିତି ଏକ ଘଣ୍ଟି ଲଗାଯାଇଛି ଯାହାକୁ ନଛୁଇଁଲେ ବି ଏହା ବାଜିବ। କାରଣ ଏଥିରେ ଅଟୋମେଟିକ ସେନସର ଲଗାଯାଇଛି। ଫଳରେ ଘଣ୍ଟିକୁ କେହି ନ ଛୁଇଁଲେ ବି ଏହା ବାଜିବ। ତେବେ କରୋନା ସଂକ୍ରମଣକୁ ରୋକିବାକୁ ଏଭଳି କରାଯାଇ ଥିବା କହିଛି ମନ୍ଦିର ପ୍ରଶାସନ। ପ୍ରଶାସନର ଏଭଳି ପଦକ୍ଷେପକୁ ଗ୍ରହଣ କରିଛନ୍ତି ସ୍ଥାନୀୟ ବାସିନ୍ଦା।

ରିପୋର୍ଟ : ଭାରତ ଭୂଷଣ ,କଟକ ସିଟି

Leave a Reply

Your email address will not be published. Required fields are marked *

%d bloggers like this: