କଳାକାର ଭତ୍ତା ପାଇଁ ସରକାରଙ୍କୁ ଆକୁଳ ନିବେଦନ

ସୁବର୍ଣ୍ଣପୁର (YSN)୦୧/୦୮ ସୁବର୍ଣ୍ଣପୁର ଜିଲ୍ଲା, ବୀରମହାରାଜପୁର ବ୍ଲକ, କେଞ୍ଜରିଆ ପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରୁଗୁଡି ପାଲି ଓ ଆଖପାଖ ଗ୍ରାମର ଦଣ୍ଡନୃତ୍ୟ କଳାକାର ମାନଙ୍କର ଏକ ନୃତ୍ୟ ପରିବେଷଣ କରାଯାଇଥିଲା । ଏଥିରେ ମୁଖ୍ୟ ଭାବରେ ଲବ ଜଗଦଲା,ଗୋବିନ୍ଦ କୁମ୍ଭାର ଓ ଅନ୍ୟ ସହଯୋଗୀ ମଧ୍ୟ୍ୟ ଥିଲେ । ତାଙ୍କ କହିବା ଅନୁସାରେ ଅନେକ ଗୁଡ଼ାଏ ସରକାରୀ କାର୍ଯ୍ୟକ୍ରମ କରିବାକୁ ଏମାନେ ଭୁବନେଶ୍ୱର, ପୁରୀ, କଲିକତା, ଯାଇଛନ୍ତି ଓ ସରକାରଙ୍କ ତରଫରୁ ସାର୍ଟିଫିକେଟ ମଧ୍ୟ୍ୟ ପାଇଛନ୍ତି । କିନ୍ତୁ ଦୁଃଖର ବିଷୟ କଳାକାର ମାନଙ୍କ ପାଇଁ ସରକାର ବିଭିନ୍ନ ପ୍ରକାର ଯୋଜନା ଗୁଡିକ ତିଆରି କରି ଆର୍ଥିକ ସହାୟତା ପ୍ରଦାନ କରୁଥିବା ବେଳେ, ଆଜି ପର୍ଯ୍ୟନ୍ତ ଏମାନଙ୍କୁ କୌଣସି ପ୍ରକାର ସରକାରୀ ସହାୟତା ମିଳି ପାରୁ ନାହିଁ । ତେଣୁ ଏମାନଙ୍କ ଆକୁଳ ନିବେଦନ ଯେ, ସରକାରୀ ଯୋଜନାରେ ସାମିଲ କରାଯାଇ ଏମାନଙ୍କୁ କଳାକାର ଭତ୍ତା ପ୍ରଦାନ କରାଗଲେ ସମସ୍ତ କଳାକାର ଉପକୃତ ଲାଭ କରିବେ ।

ସୁବର୍ଣ୍ଣପୁର ଉଲୁଣ୍ଡା ବ୍ଲକ ରୁ ପ୍ରଦୀପ କୁମାର ସାଗରଙ୍କ ରିପୋର୍ଟ ଯୁବଶକ୍ତି ନ୍ୟୁଜ ଓଡିଶା

Leave a Reply

Your email address will not be published. Required fields are marked *

%d bloggers like this: