ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗାଇନିକ୍ ବିଭାଗର OT ସିଲ୍ ହୋଇଛି

ପୁରୀ(YSN)୦୧/୦୮ : ସାରା ରାଜ୍ୟରେ କରୋନା ମହାମାରୀ ତୀବ୍ର ଭାବେ ବଢି ବଢି ଚାଲିଛି। ଏନେଇ ରାଜ୍ୟରେ ନୂଆ ଗାଇଡ଼ଲାଇନ ମଧ୍ୟ ଜାରି କରିଛନ୍ତି ସରକାର। ଏହାରି ମଧ୍ୟରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗାଇନିକ୍ ବିଭାଗର OT ସିଲ୍ ହୋଇଛି। ଜଣେ ଡାକ୍ତର ଓ ନର୍ସ କୋରୋନା ପଜିଟିଭ ଚିହ୍ନଟ ପରେ CDMOଙ୍କ ନିର୍ଦେଶରେ ସିଲ୍ ହୋଇଛି ଅପରେସନ ଥିଏଟର ।

ସୂଚନା ଅନୁସାରେ, ଗତ ୨୫ ତାରିଖରେ ପୁରୀ ଜିଲ୍ଲା ଚିକିତ୍ସାଳୟର ଆସିୟୁରେ ଜଣେ ରୋଗୀ ଆଡ଼ମିଶନ ହୋଇଥିଲେ । ଏହାପରେ ତାଙ୍କ ଠାରେ କିଛି ଲକ୍ଷଣ ଦେଖାଯାଇଥିବା ବେଳେ ତାଙ୍କ ସ୍ୱାବ ଟେଷ୍ଟ କରାଯାଇଥିଲା ସେଥିରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା । ଏହା ପରେ ସମ୍ପୂର୍ଣ୍ଣ ଆଇସିୟୁକୁ ବନ୍ଦ କରିଦିଆଯାଇଥିଲା । ଏହାପରେ ଜଆଇସିୟପର ପ୍ରାୟ ୪ଜଣ ଡାକ୍ତର ଓ ୧୨ଜଣ ନର୍ସକୁ ସଂଘରୋଧରେ ରଖା ଯାଇଥିଲା । ଏହାସହ ସେମାନଙ୍କ ସ୍ୱାବ ଟେଷ୍ଟ ମଧ୍ୟ କରାଯାଇଥିଲା । ଏହାସହ ଆଇସିୟୁକୁ ଆସିଥିବା ଚିକିତ୍ସାଳୟର ଅନ୍ୟାନ୍ୟ ବିଭିଗ ଗୁଡ଼ିକ ଡାକ୍ତର ଏବଂ ନର୍ସମାନଙ୍କର ମଧ୍ୟ ସ୍ୱାବି ଟେଷ୍ଟ କରାଯାଇଥିଲା । ତେବେ ଆଜି ମହିଳା ଓ ପ୍ରସୂତୀ ବିଭାଗର ଜଣେ ଡାକ୍ତର ଏବଂ ୨ଜଣ ନର୍ସ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସମ୍ପୃକ୍ତ ଅପରେସନ ଥିଏଟରକୁ ସିଲ।

Leave a Reply

Your email address will not be published. Required fields are marked *

%d bloggers like this: