ରାଜ୍ୟରେ ମୋୖସୁମୀ ଉଦ୍ଭାନ୍ ,ବର୍ତ୍ତମାନ ସୁଦ୍ଧା ୧୪ % ନିଅଣ୍ଟିଆ ବର୍ଷା

ଭୁବନେଶ୍ୱର(YSN)୦୧/୦୮ : ରାଜ୍ୟରେ ମୋୖସୁମୀ ଉଦ୍ଭାନ୍ ହୋଇଯାଇଥିବା ରୁ ସାରା ରାଜ୍ୟରେ ନିଅଣ୍ଟିଆ ବର୍ଷା ସ୍ଥିତି ଲାଗି ରହିଛି ।ବର୍ତ୍ତମାନ ସୁଦ୍ଧା ରାଜ୍ୟ ର ୧୩ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ରେକର୍ଡ କରାଯାଇଛି ।ବିଶେଷ କରି ଉପକୂଳ ଜିଲ୍ଲାଗୁଡିକରେ ସାଘାଂତିକ ସ୍ଥିତି ସୃଷ୍ଟି ହୋଇଥିବା ବେଳେ ରାଜ୍ୟରେ ଜୁଲାଇ ୩୦ ସୁଦ୍ଧା ୧୪% ନିଅଣ୍ଟିଆ ବର୍ଷା ହୋଇଛି ।ଆଗକୁ ବି ଏହି ସ୍ଥିତି ଲାଗି ରହିବ ଓ ଅଗଷ୍ଟ ୫ ସୁଦ୍ଧା ରାଜ୍ୟରେ ୨୦% ରୁ ଅଧିକ ନିଅଣ୍ଟିଆ ବର୍ଷା ହୋଇଯାଇଥିବ ବୋଲି ବିଶେଷଜ୍ଞ ମାନେ ମତ ରଖିଛନ୍ତି ।ଆଜି ମାଲକାନଗିରି,କୋରାପୁଟ,ରାୟଗଡ଼ା,ନବରଙ୍ଗପୁର,ନୂଆପଡ଼ା,କଳାହାଣ୍ଡି,କନ୍ଧମାଳ,ଗଜପତି,କେଉଁଝର,ମୟୂରଭଞ୍ଜ,ଢେଙ୍କାନାଳ,ଯାଜପୁର, ଭଦ୍ରକ,କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନ ରେ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

କଟକ ସିଟି ରୁ ଭାରତ ଭୂଷଣ ଙ୍କ ସହିତ ସରସ୍ଵତୀ ସାମନ୍ତରାୟ ଙ୍କ ରିପୋର୍ଟ,ଯୁବଶକ୍ତି ନ୍ୟୁଜ,ଓଡ଼ିଶା

Leave a Reply

Your email address will not be published. Required fields are marked *

%d bloggers like this: