ସ୍ବୀକୃତି ଫାଉଣ୍ଡେସନର ଉଦ୍ଧାର କାର୍ଯ୍ୟ

ଭୁବନେଶ୍ବର (YSN) ୦୧/୦୮: ଆଜି ସଂଧ୍ୟା ସମୟରେ ଭୁବନେଶ୍ୱର ଅନ୍ତର୍ଗତ ପଟିଆ ନିକଟସ୍ଥ ଓସ୍ତପଡା ଅଞ୍ଚଳର ଏକ ବୁଲା କୁକୁର ଗାଡି ଦ୍ବାରା ଆଘାତ ହୋଇଛି।କୁକୁର ଉପରେ ଗାଡ଼ିଟି ମାଡ଼ ହେବା ଫଳରେ ତା’ର ପାଟିରେ ଗଭୀର ଆଘାତ ଲାଗି ପ୍ରଚୁର ରକ୍ତସ୍ରାବ ହେଉଥିଲା।କୁକୁରଟିକୁ ସ୍ବୀକୃତି ଫାଉଣ୍ଡେସନର ଟିମ୍ ରାସ୍ତାରୁ ଉଦ୍ଧାର କରି ନିକଟସ୍ଥ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଚିକିତ୍ସା ପ୍ରାଥମିକ ଚିକିତ୍ସା ଆରମ୍ଭ କରିଥିଲା। ବର୍ତ୍ତମାନ କୁକୁରଟିର ସ୍ବାସ୍ଥ୍ୟବସ୍ଥାରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହୋଇଛି। ଏହି ଫାଉଣ୍ଡେସନର କର୍ମକର୍ତ୍ତା ମାନେ ଏପରି ଅନେକ ଅତ୍ୟାଚାର ହେଉଥିବା ଓ ଦୁର୍ଘଟଣାରେ କ୍ଷତିଗ୍ରସ୍ତ ହେଉଥିବା ଜୀବଜନ୍ତୁଙ୍କୁ ଉଦ୍ଧାର କରି ତାଙ୍କର ସେବା ଯତ୍ନ କରିବା ସହିତ ଲୋକମାନଙ୍କୁ ଏହି କ୍ଷେତ୍ରରେ ସଚେତନତାର ବାର୍ତ୍ତା ଦେଉଛନ୍ତି। ଏହା ସହିତ ସହରରେ ଲକ୍ଡ଼ାଉନ୍ ଓ ସଟ୍ଡ଼ାଉନ ଭଳି ସମୟରେ ବୁଲା ଗାଈଗୋରୁ ଓ କୁକୁରକୁ ଖାଦ୍ୟ ବାଣ୍ଟିବା ସହିତ ସେବା ଯତ୍ନ ମଧ୍ୟ କରୁଛନ୍ତି। ଏଭଳି ମହାନ କାମ କରୁଥିବା ସ୍ବୀକୃତି ଫାଉଣ୍ଡେସନର ସମସ୍ତ ସଦସ୍ୟଙ୍କୁ ଯୁବଶକ୍ତି ପରିବାର ତରଫରୁ ସାଲ୍ୟୁଟ୍।

ଭାରତ ଭୂଷଣଙ୍କ ରିପୋର୍ଟ୍, ଯୁବଶକ୍ତି ନ୍ୟୁଜ, ଓଡିଶା

Leave a Reply

Your email address will not be published. Required fields are marked *

%d bloggers like this: